କୋଲକାତା -କୋଲକାତାର ଆର ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ପ୍ରତି ଅତ୍ୟାଚାର ମାମଲାରେ ପିଡୀତାଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ନମୁନା ସଂଗ୍ରହ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି।କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଅନୁଯାୟୀ ନମୁନା ସଂଗ୍ରହ ସମୟରେ ହୋଇଥିବା ତୃଟି ହେତୁ ଯାଞ୍ଚ ପ୍ରକ୍ରିୟା ପ୍ରଭାବିତ ହୋଇଛି।ସିବିଆଇ ସୁତ୍ରରୁ ପ୍ରକାଶ ଯେ ଯେଉଁଦିନ ମହିଳା ଡାକ୍ତରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ସେହିଦିନ ନମୁନା ସଂଗ୍ରହ କରିବା ପାଇଁ ଦୁଇ ଜଣ ଫରେନସିକ ବିଶେଷଜ୍ଞ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସେମାନଙ୍କୁ ତାହା କରିବାକୁ ଅନୁମତି ଦିଆଯାଇ ନଥିଲା।ଏହା ପରିବର୍ତ୍ତେ ସେମାନଙ୍କ ସ୍ଥାନରେ ଅନ୍ୟ ବିଶେଷଜ୍ଞମାନେ ନମୁନା ନେଇଥିଲେ।ବର୍ତ୍ତମାନ ସିବିଆଇ ଏହି ଦୁଇ ଜଣ ବିଶେଷଜ୍ଞଙ୍କ ପୃଷ୍ଠଭୁମି ଉପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି ଏବଂ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।