
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସ୍ଥାନୀୟ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳନ ହୋଇଯାଇଛି। ପ୍ରଥମେ ଝାଡେଶ୍ୱରୀ ମନ୍ଦିର ଠାରେ ଦୀପ ପ୍ରଜ୍ବଳନ କରି ଖେଳାଳୀ ମାନେ ସହର ପରିକ୍ରମା କରି ପୁରୀ ଷ୍ଟାଡିୟମ ଠାରେ ପହଁଚିଥିଲା। ଏହା ପରେ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପୁରୀ ଜୟନ୍ତ କୁମାର ଷଡ଼ଙ୍ଗୀ,ସଂମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡିଆ , ବଡିବିଲ୍ଡର ଅନୀଲ ଗୋଚ୍ଛିକାର, ଅଶୋକ ମହାପାତ୍ର, ରବିଶଙ୍କର ପ୍ରତିହାରୀ ଯୋଗଦେଇଥିଲେ। ଏଥିରେ ବିଭିନ୍ନ ଜିଲ୍ଲାର ପୂର୍ବତନ ମୁଷ୍ଟିଯୋଦ୍ଧା ଓ ପ୍ରଶିକ୍ଷକ ଙ୍କୁ ସଂମ୍ମାନୀତ କରାଯାଇଥିଲା । ସଂମ୍ମାନୀତ ଅତିଥି ଭାବେ ଅମରେଶ ଜେନା(ଭୁବନେଶ୍ୱର), ବିଷ୍ଣୁ ପ୍ରସାଦ ପାଲ(କଟକ),ଦେବାଶିଷ ପ୍ରଧାନ (କନ୍ଧମାଳ) ସିପ୍ସା ଷଡ଼ଙ୍ଗୀ(ସୁନ୍ଦରଗଡ), କୃତିବାସ ଶତପଥୀ (ସୁବର୍ଣପୁର), ପ୍ରୀତମ କାକ୍ ( ରାଉଲକେଲା), ସୁକାନ୍ତ ଦଳେଇ (ଗଞ୍ଜାମ) ମନହୋର ଜେନା ( ଗଜପତି) ପ୍ରମୁଖ ଉପସ୍ଥିତ ଥିଲେ |ଏଥି ସହିତ ଓଡିଶା ପୋଲିସ ରେ କାର୍ଯ୍ୟରତ ଥିବା ପୂର୍ବତନ ମୁଷ୍ଟିଯୋଦ୍ଧା ବିଶ୍ୱଭୂଷଣ ପଣ୍ଡା,ମହେଶ୍ୱର ସେଠୀ,ସମସେର୍ ଅଲ୍ଲୀ, ସମର ସିହ୍ନା,ବିଶ୍ୱଜିତ ପ୍ରଧାନ,କାଳୁ ଚରଣ ସାହୁ,
ସୁନୀଲ ଜେନା ପ୍ରମୁଖ ଙ୍କୁ ସାଂମ୍ମାନିତ କରାଯାଇଥିଲା |କାର୍ଯ୍ୟକ୍ରମକୁ ପ୍ରଦୀପ ଦାସ,ମାନସ ଜେନା,ଜାବିର ଖାଁ,ଅକ୍ଷୟ ନାୟକ,ଲଷ୍ମୀଧର ମୁଦୁଲି, ରାକେଶ ଭୋଇ ପ୍ରମୁଖ ପରିଚାଳନା କରିଥିବା ବେଳେ ହରିହର କର ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।