ଭୁବନେଶ୍ୱର, ରାଜ୍ୟରେ ରାଜସ୍ୱ ବିଭାଗରେ ରାଜସ୍ୱ ନୀରିକ୍ଷକ ଓ ଅମୀନଙ୍କ ଅଭାବ କାରଣରୁ ସାଧାରଣ ଲୋକଙ୍କୁ ଆସୁଥିବା ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା । ବିଧାୟକ ଅମରେନ୍ଦ୍ର ଦାସଙ୍କ ତହସିଲ ମାନଙ୍କରେ ଆରଆଇ ଓ ଅମିନ ମାନଙ୍କର ପଦବୀ ଖାଲି ଥିବା ନେଇ କରାଯାଇଥିବା ପ୍ରଶ୍ନ ଉପରେ ସରଗରମ ଆଲୋଚନା ହୋଇଥିବା ଦେଖିବାକୁ ମିଳିଥିଲା ।
ଏହି ପ୍ରଶ୍ନ ଉପରେ ଆଲୋଚନା ଉପରେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଅବସରପ୍ରାପ୍ତ ଆରଆଇ ଓ ଅମିନ ଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ବର୍ତମାନ ନିଯୁକ୍ତି ପ୍ରକ୍ରିୟା ପୂରଣ ନ ହେବା ଯାଏ ଅବସର ପ୍ରାପ୍ତ ଆରଆଇ ଓ ଅମୀନ ମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ । ଏ ନେଇ ସରକାରଙ୍କୁ ବିଚାର କରିବାକୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ ।
ଏହାର ଉତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୁଜାରୀ କହିଥିଲେ ଯେ ମୋତେ ଦୁଃଖ ଲାଗୁଛି ସବୁ ବିଭାଗ ସହ ସମନ୍ୱୟ ରଖିବା ପାଇଁ ଅତୀତ ରେ କେବେ ପ୍ରୟାସ ହେଇନି । ଯଦି ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ଥିବା ବେଳେ କିମ୍ବା ତାଙ୍କ ଦଳର ସରକାର ଥିବା ସମ୍ପର୍କରେ ଏ ବାବଦରେ ପ୍ରସ୍ତାବ ଦେଇଥାନ୍ତେ ତେବେ ଅତୀତର ଏତେ ବୋଝ ମୋ ପାଖକୁ ବୋଝ ଆସିନଥାନ୍ତା ।
ଶ୍ରୀ ପୁଜାରୀ କହିଛନ୍ତି ଯେ, ଦିବ୍ୟ ଶଙ୍କର ସମ୍ପର୍କ ରେ ମୋ ସାନ ଭାଇ । ମୁଁ ଜୀବନ ସାରା ଫିଲ୍ଡରେ କାମ କଲି । ମୁଁ ତଳେ ରହିଲି । ଦିବ୍ୟଶଙ୍କର ମିଶ୍ର ଉପରେ ରହିଲେ । ସେ ହେଲିକେପଟର ଚଢ଼ୁଥିଲେ । ତାଙ୍କ ସାଙ୍ଗରେ ମୁଁ ଯାଇଛି ଦେଖୁଥିଲି ଉପରୁ ଦୂର ବିକ୍ଷଣ ଯନ୍ତ୍ରରେ ତଳକୁ ଦେଖୁଛନ୍ତି ନା କେମିତି । ତାଙ୍କର ପ୍ରସ୍ତାବ ସ୍ୱାଗତଯୋଗ୍ୟ । ସେମାନେ ଅବସରର ନେଲେଣି ସେମିତିକା ଲୋକଙ୍କ ଲିଷ୍ଟ କରିଛୁ ତାଙ୍କ ର ଫିଡ଼ବେକ ନେବୁ । ରାଜସ୍ବ ବିଭାଗ ହେଉଛି ସବୁ ବିଭାଗ ର ମୂଳ ବିଭାଗ । କୌଣସି ବିଭାଗର କାର୍ଯ୍ୟ ରାଜସ୍ୱ ବିଭାଗ ବିନା ସମ୍ଭବ ନୁହେଁ ।