ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଇଂଡଷ୍ଟ୍ରିଆଲ ସ୍ମାର୍ଟ ସିଟି ହବ ଯୋଜନାରେ ଓଡିଶାକୁ ସାମିଲ କରା ଯାଇ ନ ଥିବାରୁ ବିଜେଡି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଆଜି ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଓଡିଶାର ଜନସାଧାରଣ ବିଜେପିର ଲୋଭନୀୟ ପ୍ରତିଶ୍ରୁତି କାରଣରୁ ବିଜେପିକୁ ଭୋଟ ଦେଇଥିଲେ । ବିଜେପି ଓଡିଶାକୁ ଶିଳ୍ପର ହବ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଓଡିଶାରୁ 20ଟି ଆସନ ପାଇବା ପରେ ମଧ୍ୟ ଓଡିଶା କୁ ଏଥିରେ ସାମିଲ କରାଯାଇ ନାହିଁ ।