ନୁଆଦିଲ୍ଲୀ -ଜାମ୍ମୁକାଶ୍ମୀରର କୁପବାଡାରେ ସୈନିକମାନେ 3 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।ସେଥିମଧ୍ୟରୁ ଦୁଇଜଣ ମାଚ୍ଛିଲରେ ଏବଂ ଜଣେ ତଙ୍ଗଧାରରେ ମୃତ୍ୟୁ ବରଣ କରିଛନ୍ତି।।ନିହତ ଆତଙ୍କବାଦୀଙ୍କ ମୃତଦେହ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ।ସେନା କହିଛି ଅଗଷ୍ଟ 28 ଓ 29 ତାରିଖରେ ବିଳମ୍ବିତ ରାତିରେ ଖରାପ ପାଗ ମଧ୍ୟରେ ମାଚ୍ଛିଲ ଓ ତଙ୍ଗଧାରରେ ସନ୍ଦେହଜନକ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଥିଲା।ଏହାପରେ ସେନା ଓ ପୋଲିସ ସେଠାରେ ଖୋଜାଖୋଜି କାମ ଆରମ୍ଭ କରିଥିଲେ।ଏହି ସମୟରେ ଏନକାଉଣ୍ଚର ଆରମ୍ଭ ହୋଇଥିଲା।ଦିଇଟି ଜାଗାରେ ଏବେ ମଧ୍ୟ ଖୋଜା ଖୋଜି ଟାଲିଛି।ତୃତୀୟ ସର୍ଚ୍ଚ ଅପରେସନ ରାଜୋରିରେ ଚାଲିଛି।ବୁଧବାର ଏଠାରେ ଦୁଇ ରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁଚନା ମିଳିଥିଲା।ଅଧିକାରୀ କହିଛନ୍ତି ଯେ ଅଗଷ୍ଟ 28 ତାରିଖ ରାତି 9 ଟା 30 ରେ ଖେରୀ ମୋହରା ଲାଠି ଏବଂ ଦାନ୍ଥଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।ଖୋଜା ଖୋଜି ବେଳେ ରାତି ପ୍ରାୟ 11 ଟା 45 ବେଳେ ଆତଙ୍କବାଦୀ ଏବଂ ସୁରକ୍ଷାବାହୀନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।14 ଜୁଲାଇରେ ଆତଙ୍କବାଦୀମାନେ ଲାଇନ ଅଫ୍ କଣ୍ଟ୍ରୋଲ ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।ସେନା 3 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।ସେମାନଙ୍କ ନିକଟରୁ ଗୁଳି ଓ ପିସ୍ତଲ ଜବତ କରାଯାଇଛି।18 ଜୁଲାଇରେ କେରଣ ଅଞ୍ଚଳରେ ସେନା 2 ଜମ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।ଆତଙ୍କବାଦୀଙ୍କ ଲୁଚି ରହିଥିବା ସୁଚନା ପାଇବା ପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।ଏହି ସମୟ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା।ଜୁଲାଇ 24 ରେ କୋବୁତ ଅଞ୍ଚଳରେ 2 ରୁ 3 ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ସୁଚନା ମିଳିଥିଲା।ସର୍ଚ୍ଚ ଅପରେସନରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।ଏହି ଗୁଳିରେ ସେନା ଅଧିକାରୀ ଦିଲୱିର ସିଂ ସହୀଦ ହୋଇଥିଲେ।26 ଜୁଲାଇରେ କାମକାରୀ ଜଙ୍ଗଲରେ ଏକ ଏନକାଉଣ୍ଟର ସମୟରେ ସେନା ଜଣେ ପାକିସ୍ଥାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।ଏହି ଏନକାଉଣ୍ଟରରେ ରାଇଫଲ ମ୍ୟାନ ମୋହିତ ରାଠୋର ସହୀଦ ହୋଇଥିଲେ ଏବଂ ମେଜରଙ୍କ ସହିତ 4 ଜଣ ସୈନିକ ଆହତ ହୋଇଥିଲେ।
Related Stories
November 21, 2024