ନୁଆଦିଲ୍ଲୀ -ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ଗୁରୁବାର 50 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା କ୍ଲଷ୍ଟର ବସରେ ନିଆଁ ଲାଗି ଯାଇଛି।କିଛି ସମୟ ମଧ୍ୟରେ ବସଟି ସମ୍ପୁର୍ଣ୍ଣ ଜଳିଯାଇଛି।ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।ସମସ୍ତଙ୍କୁ ଠିକ ସମୟ ମଧ୍ୟରେ ବାହାରକୁ ନିଆଯାଇଥିଲା।ପରିବହନ ବିଭାଗର ଅଧିକାରୀ କହିଛନ୍ତି ବସଟି ମାତ୍ର ସାଢେ 4 ବର୍ଷର ପୁରୁଣା ।ଏକ ନୁଆ ବସରେ ନିଆଁ ଲାଗିଯିବା ଚିନ୍ତାର କାରଣ ଅଟେ।ଅଧିକାରୀ କହିଛନ୍ତି ଯେ ବସର ପଛରେ ନିଆଁ ଲାଗିଥିଲା।ଡ୍ରାଇଭର ଏବଂ କଣ୍ଡକ୍ଟର ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ବ୍ୟାପି ଯାଇଥିଲା।ଦିଲ୍ଲୀ ଅଗ୍ନିଶମ ବାହୀନୀର ଅଧିକାରୀ ଅନୁପ ସିଂ କହିଛନ୍ତି ଯେ ଘଟଣା ସମ୍ପର୍କରେ କଲ ସକାଳ 9 ଟା 40 ସମୟରେ ଆସିଥିଲା।ତିନୋଟି ଦମକଳ ଗାଡିକୁ ଘଟଣା ସ୍ଥଳକୁ ପଠାଯାଇଥିଲା।ବସର ଏୟାର କଣ୍ଡିସନରୁ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।ପୋଲିସ କହିବା ଅନୁସାରେ ବସ୍ କେନ୍ଦ୍ରୀୟ ସଚ୍ଚିବାଳୟରୁ ସେମାପୁରୀ ପର୍ଯ୍ୟନ୍ତ 340 ରୁଟରେ ଚାଲୁଥିଲା।ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।