
ରାଂଚି-ରାଜ୍ୟରେ ଚାଲିଥିବା ରାଜନୈତିକ ସଂଶୟ ସୋମବାର ରାତିରେ ସମାପ୍ତ ହୋଇଛି । ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଅଗଷ୍ଟ 30ରେ ବିଜେପି ସାମିଲ ହେବାକୁ ଯାଉଛନ୍ତି । ସୋମବାର ରାତିରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ ଉପସ୍ଥିତ ଥିଲେ । ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ନିଷ୍ପତି ହୋଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେଇଛନ୍ତି ।