
ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁରରେ ସର୍ବାଧିକ ୧୦୬.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଟକ ଜିଲ୍ଲାର କଟକରେ ୮୮.୮, ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୮୬.୦, କଟକ ଜିଲ୍ଲାର କଂଟାପଡ଼ାରେ ୮୫.୦, ଆଠଗଡ଼ରେ ୬୮.୦, ମୁଣ୍ଡୁଳିରେ ୬୭.୪, ବାଙ୍କୀରେ ୬୫.୦, ଜଗତସିଂହପୁର ଜିଲ୍ଲାର ରଘୁନାଥପୁରରେ ୫୮.୦, କଟକ ଜିଲ୍ଲାର ତିଗିରିଆରେ ୫୮.୦, ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୫୭.୨, କଟକ ଜିଲ୍ଲାର ନରାଜରେ ୫୭.୨, କେନ୍ଦ୍ରାପଡ଼ା ଜିଲ୍ଲାର ଡ଼େରାବିଶରେ ୫୬.୦, ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ୫୧.୪ ଏବଂ ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳରେ ୫୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।