କେନ୍ଦ୍ରାପଡ଼ା – ପଶ୍ଚିମ ବଙ୍ଗ ଓ ବରହମ୍ପୁର ଅଂଚଳର ଚେନ୍ ଲୁଟେରା ଦଳ କେନ୍ଦ୍ରାପଡାରେ ସକ୍ରିୟ ହୋଇ ଉଠିଥିବାବେଳେ ବଳଦେବଜୀଉ ମନ୍ଦିର ପରିସରରୁ ସେମାନଙ୍କ ମଧ୍ୟରୁ ଦୁଇ ମହିଳାଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି । ମକର ସଂକ୍ରାନ୍ତି ଉତ୍ସବ ଗହଳୀ ମଧ୍ୟରେ ଚେନ୍ ଚୋରି କରୁଥିବା ଅଭିଯୋଗରେ ଦୁଇ ମହିଳାଙ୍କୁ ପୋଲିସ୍ ଅଟକ ରଖିଥିବା ଜଣାପଡିଛି । ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ୍ ମହିଳାଙ୍କ ଅଭିଯୋଗ ଓ ଚିହ୍ନଟ କ୍ରମେ ଦୁଇ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଘଟଣା ମୁତାବକ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ଦିଅଁ ଦର୍ଶନ ପାଇଁ ଆସିଥିବା ଦୂର ଦୂରାନ୍ତର ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇଥିବାରୁ ଗହଳୀ ହୋଇଥିଲା । ଏହାର ସୁଯୋଗ ନେଇ ୩ ଜଣ ମହିଳାଙ୍କ ବେକରୁ ଚେନ୍ ଲୁଟ୍ ହୋଇଥିଲାବେଳେ ଜଣେ ମହିଳା ଲୁଟେରାଙ୍କୁ କାବୁ କରାଯାଇଥିଲା । ଲୁଟ୍ କରୁଥିବା ମହିଳାମାନେ ବରହମ୍ପୁର ଓ ପଶ୍ଚିମବଙ୍ଗ ଅଂଚଳରୁ ଆସିଥିବା ଜଣାପଡିଛି । ମହିଳା ଚେନ୍ ଲୁଟେରା ଦଳ ସକ୍ରୀୟ ହୋଇ ଗହଳି ମଧ୍ୟରେ ପଶି ଭିଡର ସୁଯୋଗନେଇ ଏପରି କରିଥିବାରୁ ବରହମ୍ପୁର ଅଂଚଳର ଅନିତା ଦାସ ଓ ପଶ୍ଚିମ ବଙ୍ଗ ବନ୍ଦଲେ ସାତପଡା ଅଂଚଳର ସମପା ପୁଲମାଲିଙ୍କୁ ଧରି ପୋଲିସ୍କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ୍ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।
Related Stories
November 24, 2024