ନୂଆଦିଲ୍ଲୀ-ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ଜନ୍ମାଷ୍ଟମୀର ଶୁଭ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ପର୍ବ ଆମକୁ ଭଗବାନ ଶ୍ରୀ କୃଷ୍ଣଙ୍କ ଦିବ୍ୟ ଆଦର୍ଶ ପ୍ରତି ସମର୍ପଣ ହେବା ପାଇଁ ପ୍ରେରିତ କରିଥାଏ । ଆସନ୍ତୁ ଏହି ଅବସରରେ ଆମେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଆତ୍ମସାତ କରିବା ତଥା ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିବାର ସଂକଳ୍ପ ନେବା ।