ପଟ୍ଟାମୁଣ୍ଡାଇ ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମନଗର ମହାକାଳପଡ଼ା ଠାରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ଯଥାବିଧି ପାଳିତ ହୋଇ ଯାଇଛି। ବିଦ୍ୟାଳୟ ର ଦାୟିତ୍ଵ ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଶୀଳ କୁମାର ମଲ୍ଲ ଙ୍କ ଅଧ୍ୟକ୍ଷତା ରେ ମାନନୀୟା ଶିଶୁ ବାଟିକା ଆଚାର୍ଯ୍ୟା ଶ୍ରୀମତୀ ଅରୁଣାମୟୀ ପ୍ରଧାନଙ୍କ ସଂଯୋଜନାରେ ଉତ୍ସବ କାର୍ଯ୍ୟ ତଥା ସଭାକାର୍ଯ୍ୟ ପାଳନ କରାଯାଇଛି ।ବିଦ୍ୟାଳୟର ୩୩ଜଣ ଛାତ୍ର,ଶ୍ରୀକୃଷ୍ଣ ୩୩ ଜଣ ଛାତ୍ରୀ ରାଧା ,୫ ଜଣ ଯଶୋଦା ,୪ ଜଣ ଦେବକୀ , ୫ ଜଣ ବସୁଦେବ ,୩ ଜଣ ସଖୀ ଆଦି ମୋଟ ୮୨ ଜଣ ଙ୍କ ର ମିଳିତ ରେ ଶ୍ରୀକୃଷ୍ଣ ମେଳା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମେଳା ରେ ଆଚାର୍ଯ୍ୟା ସୋନାଲୀ ଗୁରୁମା, ପ୍ରମିଳା ଗୁରୁମା, ରଜନୀଗୁରୁମା, ଲିପିକା ଗୁରୁମା , ବିଭୂତି ଗୁରୁଜୀ, କାନ୍ତା ଗୁରୁମା ଶାନ୍ତନୁ ଗୁରୁଜୀ ଆଦି ସହଯୋଗ କରିଥିଲେ। ମାତୃଭାରତୀ କମିଟି ର ୨୮ ଜଣ ମାଆ ଙ୍କ ଦ୍ବାରା ପାଖରେ ଥିବା ହରି ମନ୍ଦିର ସମସ୍ତ ବେଶଧାରୀ ଶ୍ରୀକୃଷ୍ଣ ଶ୍ରୀରାଧା ମାନଙ୍କୁ ଭ୍ରମଣ ରେ ନିଆଯାଇଥିଲା । ଶେଷରେ ଇନ୍ଦୁମତୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ବେଶଧାରୀ ଙ୍କୁ ପୁରସ୍କାର ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା।
Related Stories
September 17, 2024
September 17, 2024