
ମାଲକାନଗିରି, ଖଇରପୁଟ କଲ୍ୟାଣ ମଣ୍ଡପରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କିପରି ଅଧିକା ରୁ ଅଧିକା ଲୋକ ମାନଙ୍କୁ ଦଳର ସଦସ୍ୟ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସଦସ୍ୟତା ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୧୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ଅକ୍ଟୋବର ୧ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଖଇରପୁଟ ବିଜେପି ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନି, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ବେହେରା, ମଣ୍ଡଳ ସଦସ୍ୟତା ଅଭିଯାନ ସଂଯୋଜକ କର୍ଣ୍ଣ ମହୁରିଆ, ସହ ସଂଯୋଜକ ଶ୍ରାବଣ କୁମାର ସାହୁ, ସମା ଧାଙ୍ଗଡାମାଝି, ମଣ୍ଡଳ ଦସ୍ୟତା ଅଭିଯାନର ଆଇଟି କୋଡ଼ିନେଟର ସାନୁ ରଥ, କଦମଗୁଡ଼ା ସରପଞ୍ଚ ସୂର୍ଯ୍ୟ ନାରାୟଣ ଝୀଗିଡି, ମଣ୍ଡଳ ସାଧାରଣ ସମ୍ପାଦକ ସଦାଶିବ ଖିଲ, ବରିଷ୍ଠ କାର୍ଯ୍ୟକର୍ତ୍ତା ବା ଲରାଜ କଟ୍ରିଙ୍କ ସହିତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକକୁ ଖଇରପୁଟ ମଣ୍ଡଳ ସାଧାରଣ ସମ୍ପାଦକ ଗୁଣନିଧି ନାୟକ ପରିଚାଳନା କରିଥିଲେ।