କୋଲକାତା– କୋଲକାତା ସ୍ଥିତ ଆର୍ ଜି କର ହସ୍ପିଟାଲରେ ଜୁନିଅର ମହିଳା ଡାକ୍ଟରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦିପ ଘୋଷଙ୍କ ଘରେ ସିବିଆଇ ରେଡ୍ କରିଛି । ଘର ସହିତ ସନ୍ଦିପ ଘୋଷଙ୍କର ବିଭିନ୍ନ ଜାଗାରେ ଥିବା ଘର ଓ ଶଶୁର ଘର ବନ୍ଧୁ ବାନ୍ଧବ ଘରେ ସିବିଆଇର ଦୁର୍ନୀତି ନିବାରଣ ଟିମ୍ ରେଡ କରୁଛନ୍ତି । ହସ୍ପିଟାଲରେ କୋଟି କୋଟି ଟଙ୍କା ଦୁର୍ନୀତିରେ ଜଡିତ ଅଛନ୍ତି ସନ୍ଦିପ ଘୋଷ । ଯାହାକୁ ନେଇ ଆର ଜି କର ହସ୍ପିଟାଲରେ ସିବିଆଇର ଦୁର୍ନୀତି ନିବାରଣ ଟିମ୍ ରେଡ ଆରମ୍ଭ କରିଛନ୍ତି. ।