
ଡିଣ୍ଡିଗୁଲ -ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ । ଦୁଇ ଜଣଙ୍କର ମୃତ୍ୟୁ।ସୁଚନାନୁସାରେ ରବିବାର ଡିଣ୍ଡିଗୁଲ ଜିଲ୍ଲାରେ ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।ଡିଣ୍ଡିଗୁଲ ଏସପି ପ୍ରତୀପ କହିଛନ୍ତି ଯେ ଡିଣ୍ଡିଗୁଲ ଜିଲ୍ଲାର ନାଥନ ଠାରେ ଏକ ବାଣ କାରଖାନାରେ ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ କହିଛି।ଘଟଣାର ତଦନ୍ତ କରୁଛି ପୋଲିସ।