
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶଙ୍କରାନନ୍ଦ ମଠ ଟ୍ରଷ୍ଟ ବୋର୍ଡ ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ଉପରେ ଆକ୍ରମଣକୁ ନେଇ ତିବାଦର ସ୍ବର ଉଠିଛି। ମଠମହନ୍ତ,ସନ୍ଥମାନେ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ବିଶ୍ଵହିନ୍ଦୁ ପରିଷଦ କ୍ଷରୁ ସାଧୁସନ୍ଥ ଓ ପରିଷଦର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବି କରିଛନ୍ତି।ପରିଷଦର ପୁରୀ ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ମହାନ୍ତି କହିଛନ୍ତି, ମଠର ସୁରକ୍ଷା ଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଭୟ ଓ କ୍ଷୋଭର ବାତାବରଣ ସୃଷ୍ଟିକରିଛି। ମଠର ମହନ୍ତ ଓ ସନ୍ଥମାନେ ମଧ୍ୟ ବାରମ୍ବାର ନିଶାଖୋର ଓ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହେଉଛନ୍ତି। ତେଣୁ ବିଭିନ୍ନ ମଠର ମଠାଧୀଶ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳର ର୍ଯ୍ୟକର୍ତ୍ତାମାନେ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମଠର ସାଧୁସନ୍ଥମାନେ ସମାଜକୁ ଦିଗଦର୍ଶନ ଦେଉଥିଲେ ହେଁ କେତେକ ଅସାମାଜିକ ବ୍ୟକ୍ତି ଓ ଶାଖୋର ନିଜ ନିଜର ସ୍ଵାର୍ଥ ହାସଲ ପାଇଁ ସେମାନଙ୍କୁ ଆକ୍ରମଣ କରୁଛନ୍ତି | ଏହାକୁ ପ୍ରଶାସନ ଗମ୍ଭୀରତାର ସହ ନେବା ସହ ସେମାନଙ୍କୁ କଠୋର ଦଣ୍ଡବିଧାନ କରାଯାଉ ବୋଲି ବିକରିଛନ୍ତି। ସାଧୁସନ୍ଥ, ମଠ,ମନ୍ଦିରର ସୁରକ୍ଷା ଏବଂ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଏହି ଆକ୍ରମଣ ଟଣାକୁ ଗୁରୁତ୍ବର ସହ ନେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ ଏହି ଘଟଣାରେ ଟାଉନ୍ଥାନା ପୁଲିସ ଗୁଡ଼ିଆସାହିର ବିଷ୍ଣୁପ୍ରସାଦ ମହାପାତ୍ର(୪୮),ତାଙ୍କ ଦୁଇଭାଇ ଶ୍ରୀନିବାସ ହାପାତ୍ର(୪୦),ହରିହର ହାପାତ୍ର(୫୩) ଓ ବଳିଆପଣ୍ଡା ଥାନା ଜନମଙ୍ଗଳ ଲେନ୍-୨ରେ ରହୁଥିବା ସନ୍ତୋଷ କୁମାର ପଣ୍ଡା(୨୫)କୁ ଗିରଫ କରି କୋର୍ଟଚାଲାଣ କରିଛି।