ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସ ସମ୍ମୁଖରେ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିÂାନ ଓ ଓଡିଶା ଖଣି ନିଗମ ସହଯୋଗରେ ଭ୍ରାମ୍ୟମାଣ ଚକ୍ଷୁ ରୋଗ ନିରୂପଣ ଭ୍ୟାନ୍ ‘ପଶ୍ୟନ୍ତୁ’ ର ଶୁଭାରମ୍ଭ କରିଛନ୍ତି । ଏହି ପଶ୍ୟନ୍ତୁ ଓଡିଶାର ବିଭିନ୍ନ ଜିଲ୍ଲାରେ ଲୋକଙ୍କ ନିକଟରେ ଉନ୍ନତ ଚକ୍ଷୁ ଯତ୍ନ ସୁବିଧା ପ୍ରଦାନ କରିବ । ଏଥିରେ ଅତ୍ୟାଧୁନିକ ଉପକରଣ ସହ ଚକ୍ଷୁ ବିଶେଷଜ୍ଞ ରହିବେ । ପ୍ରଥମ ପର୍ଯ୍ୟାୟରେ ଏଥିରେ ୪ ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବ । ଏହି ଜିଲ୍ଲା ଗୁଡିକ ହେଲା କେଉଁଝର , ସୁନ୍ଦରଗଡ, ରାୟଗଡା ଓ ଗଂଜାମ ।
ପଶ୍ୟନ୍ତୁ ମାଧ୍ୟମରେ ସମସ୍ତ କେନ୍ଦ୍ର ଦେଇ ୪୮ହଜାର ହସ୍ପିଟାଲ ପରିଦର୍ଶନ ମାଧ୍ୟମରେ ୧୨ ହଜାରରୁ ଅଧିକ ଲୋକ ଉପକୃତ ହୋଇପାରିବେ । ମସସ୍ତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଏମସି ଓ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିÂାନ ଦ୍ୱାରା ଏହା ଏକ ଉରତମ ପଦକ୍ଷପ । ଏହା ଗ୍ରାମୀଣ ଓଡିଶାର ଦ୍ୱାର ଦେଶରେ ପହଂଚି ଚକ୍ଷୁ ଯତ୍ନର ସୁବିଧା ପ୍ରଦାନ କରିପାରିବ । ଏହାଦ୍ୱାରା ଓଡିଶାର ଲୋକମାନେ ବିଶେଷ କରି ଖଣିଜ ଜିଲ୍ଲାର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।