
Odisha,କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପରିସରରେ ଶୁକ୍ରବାର ଜାତୀୟ ଅନ୍ତରୀକ୍ଷ ଦିବସ ପାଳିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଏନ୍ସି ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ( ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍) ଇସ୍ରୋ ର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଥିଲା।
‘ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ ଉକ୍ତ କାର୍ଯ୍ୟକ୍ରମକର ଶୀର୍ଷକ ବିଷୟ ଥିଲା। ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଯୋଗ ଦେଇଥିଲେ। ଗତ ୨୦୨୩ ଆଜି ଦିନରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଚନ୍ଦ୍ରାୟଣ-୩ ଅବତରଣ କରିଥିଲା।ଯାହା କି ଇସ୍ରୋ ଏହାକୁ ପଠାଇ ସଫଳ ହୋଇଥିଲା। ଇସ୍ରୋର ଅତୀତ, ବର୍ତମାନ ଏବଂ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ଅଲୋଚନା କରାଯାଇଥିଲା। ଓ୍ୱାନ ଓଡିଶା ଇନ୍ଫାଣ୍ଡ୍ରିର ସୁବେଦାର ସତୀଶ ଚନ୍ଦ୍ର, ଅଧ୍ୟାପକ ଅବିନାଶ ହୋତା, ଅର୍ଜନା ପାତ୍ର, ପ୍ରଶାତ କୁମାର ବିଷୋୟୀ ପ୍ରମୁଖଙ୍କ ସହ ଏନ୍ସିସି କ୍ୟାଡେଟ୍, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏଏନ୍ଓ କ୍ୟାପଟେନ୍ ଡ. ଲକ୍ଷ୍ମଣ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।