ଓଡ଼ିଶା, କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବ୍ଳକ୍ କୃଷି କାର୍ଯ୍ୟାଳୟ ପରିସରରେ ଡିଜିଗଲ୍ କ୍ରପ୍ ସର୍ଭେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲା ଜୟପୁର ବ୍ଳକର ସମୁଦାୟ କେତେ ପ୍ଲଟ୍ ସର୍ଭେ ହେବ ଏବଂ ଏହା ସହିତ ଜମିର ଫଟୋ ଉଠାଇ ଅପଲୋଡ ହୋଇଥିବା ଚାଷ, ଓ ଫସଲ ସମ୍ବନ୍ଧରେ ସୁପରଭାଇଜର୍ ଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଫିଲ୍ଡକୁ ଯାଇ ସର୍ଭେକ୍ଷଣ ଚାଲିବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି କହିଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ କୃଷକ ସୂଚନା ଓ ପରାମର୍ଶ କେନ୍ଦ୍ର ସଭା ଗୃହରେ ଆଜିର ଏହି ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତି ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି ସୁପରଭାଇଜରଙ୍କ କାର୍ଯ୍ୟ ସହିତ ଡିଜିଟାଲ୍ ଫଟୋ ଅପଲୋଡ୍ ଏବଂ ତଥ୍ୟ ସଂଲଗ୍ନ କିଭଳି କରାଯିବ ତାହା ପୁନାଃନୁପୁଖ ବୁଝାଇଥିଲେ। ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି ଡିଜିଟାଲ୍ କ୍ରପ ସର୍ଭେର ମୂଳ ଉଦ୍ଦେଶ୍ୟ ବିଷୟରେ ଟିପ୍ପଣୀ ଦେଇଥିଲେ। ଏବଂ ଚାଷୀମାନଙ୍କୁ ଯେପରି ସରକାରଙ୍କ ବିଭିନ୍ନ ସୁବିଧାରେ ଉପଲବ୍ଧ କରାଯାଇ ପାରିବ ସେ ବିଷୟରେ କହିଥିଲେ। ଏହା ସହିତ ଯେଉଁ କର୍ମଚାରୀ ଅଛନ୍ତି ସେମାନେ କ୍ଷେତ୍ର ପରିଦର୍ଶନରେ ଯାଇ ଜମି ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି। ପ୍ରକୃତରେ ଚାଷ ହୋଇଛି କି ନାହିଁ ତାହା ତଦାରଖ କରି ଦେଖିବେ ବୋଲି ସେ କହିଛନ୍ତି।ପ୍ଲଟରେ ପୋଖରୀ,ଘର, ଜଙ୍ଗଲ ଜମି, ଅନାବାଦୀ କିମ୍ବା ଫସଲ ହୋଇଛି କି ନାହିଁ ତାହା ଯେଉଁ ନିର୍ଦ୍ଧାରିତ ଫର୍ମାଟ୍ ରହିଛି ସେଥିରେ ଉଲ୍ଲେଖ କରିବା ନେଇ ବୁଝାଇଥିଲେ।ଯାହା ଦ୍ଵାରା କି ଜମିରେ ହୋଇଥିବା ପ୍ରକୃତ ଚାଷ ବାବଦରେ ଜଣାପଡିବ ବୋଲି ସେ କହିଛନ୍ତି। ଏବଂ ଏଥି ସହିତ ପୋକ ଓ ରୋଗ ପରିଚାଳନାରେ ସୁବିଧା , ଚାଷ ଋଣ ଲାଗି ଟ୍ୟାଗ୍ କରିବାରେ ସୁବିଧା ହେବ ବୋଲି କୁହାଯାଇଥିଲା।ଏଥିରେ ପଞ୍ଜିକୃତ ହେବା ଲାଗି ଚାଷୀଙ୍କୁ ନିଜ ନାମ, ଗ୍ରାମ, ଜମିପଟ୍ଟା, ଫସଲ, ଆଧାର କାର୍ଡର ସଠିକ ବିବରଣୀ ଦେବାକୁ ପଡିବ ବୋଲି ସେ କହିଛନ୍ତି। ଯେଉଁ ଭାଗ ଚାଷୀମାନେ ଜମି ମାଲିକ ମାନଙ୍କଠାରୁ ଅନୁମତି ପତ୍ର ଆଣି ନାମ ପଞ୍ଜୀକରଣ କରାଇ ପାରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାରେ ୭ ଲକ୍ଷ ପ୍ଲଟ୍ର ଡିଜିଟାଲ୍ ସର୍ଭେ ହେବା ନେଇ ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ ୧୫ ସୁଦ୍ଧା କାମ ସରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ଏହି ଡିଜିଗଲ୍ କ୍ରପ୍ ସର୍ଭେ ତାଲିମ୍ ଶିବିରରେ ଅତିରିକ୍ତ କୃଷି ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିରୁଡି,ସ୍କିମ୍ ଅଫିସର ଦୁଷ୍ମନ୍ତ କୁମାର ସ୍ବାଇଁ, ସହକାରୀ କୃଷି ଅଧିକାରୀ ଦ୍ଵିତା ପାଢି, ଏଏଫ୍ସି ଆଦିତ୍ୟ ମହାନ୍ତି, ଏସ୍ଏସ୍ ସ୍ବାମୀନାଥନ୍ର ନିରଞ୍ଜନ ଗୌଡ଼, ସୌରଭ ରଥ, ଭିଏଡବ୍ଲ୍ୟୁ ସୁଭେନ୍ଦୁ ଦାସ, ବନିତା ପ୍ରଧାନ, ଓଭରସିୟର ପୁଷ୍ପଲତା ଭୂୟାଁ, ସତ୍ୟଭାମା ନାୟକ, କ୍ରୀଷ୍ଣା ବର୍ମନ, ମୀନା ମାଧୁରୀ ଭତ୍ରା ପ୍ରମୁଖଙ୍କ ସହ ସୁପରଭାଇଜର୍ ମାନେ ଯୋଗ ଦେଇଥିଲେ।
Related Stories
November 27, 2024
November 27, 2024