
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତ ରକ୍ଷା ମଞ୍ଚ ପୁରୀ ଜିଲ୍ଲା ତରଫରୁ ବାଙ୍ଗଳାଦେଶୀ ଓ ରୋହିଙ୍ଗିଆ ହଟାଅ ଦେଶ ବଞ୍ଚାଅ ଅଭିଯାନ ସହିତ ଦେଶର ଆଭ୍ୟନ୍ତରିଣ ନିରାପତ୍ତା, ହିନ୍ଦୁମାନଙ୍କୁ ସୁରକ୍ଷା, ସମାନ ନାଗରିକ ସଂହିତା ପାଇଁ ମଞ୍ଚ ଅଭିଯାନ ଜାରୀ ରଖିଛି |ଏହି ପରିପ୍ରେକ୍ଷୀରେ ମଞ୍ଚ ତରଫରୁ ବାଙ୍ଗଳାଦେଶୀ ଓ ରୋହିଙ୍ଗିଆଙ୍କୁ ଚିହ୍ନଟ କରି ତାଙ୍କର ଆଧାର କାର୍ଡ଼ ରଦ୍ଦ କରି ନିଜର ଦେଶକୁ ପଠାଯିବା ନିମନ୍ତେ ବ୍ୟବସ୍ଥା କରିବାକୁ ମଞ୍ଚ ଦାବୀ କରିଛି ।ଏଣୁ ଓଡ଼ିଶାର ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳ ତଥା ପୁରୀର ପେଣ୍ଠକଟା,ବଳିଆପଣ୍ଡା ଏବଂ ସମସ୍ତ ବସ୍ତିଅଞ୍ଚଳ, ଚନ୍ଦ୍ରଭାଗା, କୋଣାର୍କ, କାକଟପୁର, ଅସ୍ତରଙ୍ଗ,କୃଷ୍ଣପ୍ରସାଦ ଭଳି ସମସ୍ତ ପୁରୀଜିଲ୍ଲାରେ ରୋହିଙ୍ଗିଆ ଓ ବାଙ୍ଗଳାଦେଶୀ ଅନୁପ୍ରବେଶିକାରୀ ଦିନରେ ଫେରିବାଲା ଏବଂ ରାତିରେ ଚୋରୀ ନାରୀ ନିଶାଦ୍ରବ୍ୟ ଚାଳାଣ,ଅବୈଧ ଗୋ’ଚାଳାଣ, ମନ୍ଦିରରୁ ମୂର୍ତ୍ତି ଚୋରୀ ଆଦି କାର୍ଯ୍ୟରେ ସଂପୃକ୍ତ ଥୁବା ଦେଖିବାକୁ ମିଳୁଛି। ଏଥି ନିମନ୍ତେ ଆସନ୍ତା ଅଗଷ୍ଟ ମାସ ୨୩ ଶୁକ୍ରବାର ଦିନ ୧୦ ଘଟିକା ସମୟରେ ଓଡ଼ିଶା ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏଥି ନିମନ୍ତେ କେନ୍ଦ୍ର ସରକାର ଦେଶରେ ଲାଗୁ କରିଥିବା ଏନ୍. ଆର୍. ସି. ଓ ସି. ଏ.ଏ. ରାଜ୍ୟ ସରକାର ତୁରନ୍ତ ରାଜ୍ୟରେ ଲାଗୁ କରନ୍ତୁ । ସେହି ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲ୍ଲାପାଳ ପୁରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା |ଏଥିରେ ମଞ୍ଚର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ା ଅଶୋକ କୁମାର ଆଚାର୍ଯ୍ୟ,ଅଞ୍ଛଳ ଭାରତୀୟ ମହାମନ୍ତ୍ରୀ ଓ ରାଜ୍ୟର ମହାମନ୍ତ୍ରୀ, ଭାରତ ରକ୍ଷା ମଞ୍ଚ ପୁରୀ ଜିଲ୍ଲା ସଂଗଠନ ସମ୍ପାଦକ ପ୍ରଦୀପ କୁମାର ଦାସ,ମଞ୍ଚର ପୁରୀଜିଲ୍ଲା ସଂଯୋଜକ ମନୋଜ କୁମାର ଅଗ୍ରୱାଲ ଙ୍କ ସମେତ ଅନ୍ୟ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।