ନୂଆଦିଲ୍ଲୀ– ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ । ଭାରତ ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଚନ୍ଦ୍ରୟାନ ୩ ଦ୍ୱାରା ସଂଗୃହିତ ତଥ୍ୟ ସାର୍ବଜନୀନ କରାଯିବ । ଗତ ବର୍ଷ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିର ପାଶ୍ୱର୍ରେ ଚନ୍ଦ୍ରୟାନ-୩ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଥିଲା । ଏହା ହେଉଛି ପ୍ରଥମ ଜାତୀୟ ମହାକାଶ ଦିସ । ଏହା କେବଳ ଉତ୍ସବର ଦିନ ନୁହେଁ ବରଂ ପ୍ରତିଫଳନ ଏବଂ ଆନ୍ତରିକତା ଏବଂ ଭବିଷ୍ୟତ ପାଇଁ ଯୋଜନା କରିବାର ଦିନ ମଧ୍ୟ ଗୋଟିଏ ପ୍ରକାରେ ଏହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ଘଟଣା, ନୂତନ ନୀତି ଆସିବା ଏବଂ ମହାକାଶ କ୍ଷେତ୍ରର ଉଦାରୀକରଣ ସହିତ ଆମେ ଗତ ୩-୪ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଏକ ବଡ଼ ଧରଣର ପଦକ୍ଷେପ ।