-
ମହିଳା ବାଚସ୍ପତିଙ୍କ ଆଗରେ ପୋଡିୟମ ଦଖଲ କରିବାକୁ ବିଜେଡି ବିଧାୟକଙ୍କ ପ୍ରୟାସ
-
ଚାଲି ପାରିଲା ନାହିଁ ପ୍ରଶ୍ନକାଳ
ଭୁବନେଶ୍ୱର, ଚିକିଟି ମଦ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭାରେ ଅତ୍ୟନ୍ତ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ବିରୋଧୀ ଦଳ ବିଜେଡିର ବିଧାୟକଗ ମାନଙ୍କର ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ମହିଳା ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିବେ ବିଜେଡିର ବିଧାୟକ। ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବାରମ୍ବାର ବିରୋଧୀ ଦଳର ବିଧାୟକ ମାନଙ୍କୁ ହଟ୍ଟଗୋଳ ନ କରି ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ହେଁ ବିରୋଧୀ ବିଧାୟକ ମାନେ ଏହା ଉପରେ କର୍ଣପାତ କରି ନ ଥିଲେ । ଏହି କାରଣରୁ ବାଚସ୍ପତି ବାଧ୍ୟ ହୋଇ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଲଗାତାର ତିନି ଦିନ ଧରି ଗୃହର ପ୍ରଥମାର୍ଥ ଚାଲି ପାରୁ ନ ଥିବା ବେଳେ ଆଜି ମଧ୍ୟ ପ୍ରଶ୍ନକାଳ କାର୍ଯ୍ୟକ୍ରମ ହୋଇପାରି ନାହିଁ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ୧୦.୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରଶ୍ନକାଳ କାର୍ଯକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ହେଲେ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନେ ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ବିଜେଡି ବିଧାୟକ ମାନେ ଗଂଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ହେବା ମାମଲାରେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରାବାଜୀ କରିଥିଲେ । ବିଧାନସଭାରେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ପକ୍ଷରୁ ଉଦ୍ୟମ କରାଯାଇଥିଲା । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ି ଯାଇଥିଲେ । ଏହାପରେ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।