ଭୁବନେଶ୍ୱର, ବିଧାନସଭାରେ ପ୍ରଶ୍ନକାଳ ସମୟରେ ବିଜେଡି ବିଧାୟକଙ୍କ ଦ୍ୱାରା ତୁମୁଳ କାଂଡ କରାଯାଇ ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ପ୍ରୟାସ କରାଯିବା ଘଟଣା ପରେ ବିଜେଡି ବିଧାୟକ ମାଧବ ଧଡା କହିଛନ୍ତି ଯେ ବିଜେଡି ବାଚସ୍ପତିଙ୍କ ଅପମାନ କରି ନାହିଁ ।
ସେ କହିଛନ୍ତି ଯେ, ମାକୁ ସମ୍ମାନ ବିଜେଡିର ନାରା ଯେମିତି ଥିଲା ସେମିତି ଅଛି । ମଦ ମୃତ୍ୟୁ ମାମଲାରେ ଆମେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମେ ବିରୋଧ କରିଥିଲୁ । ବାଚସ୍ପତିଙ୍କୁ କୌଣସି ଅସମ୍ମାନ କରିନୁ । ମଦ ମୃତ୍ୟୁକୁ ନେଇ ଆମେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲୁ. କିନ୍ତୁ ବାଚସ୍ପତି ଶୁଣିଲେ ନାହିଁ । ସେ ଯେଉଁ ପଦବୀରେ ଅଛନ୍ତି କରିବା କଥା କିନ୍ତୁ କରିଲେ ନାହିଁ । ତେଣୁ ଆମେ ଗଣ ତାନ୍ତ୍ରିକ ପଦ୍ଧତିରେ ବନ୍ଦ କଲୁ ବୋଲି ଶ୍ରୀ ଧଡା କହିଛନ୍ତି ।