ଭୁବନେଶ୍ୱର, ଚିକିଟି ମଦ ମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଗୃହରେ ଶୂନ୍ୟକାଳରେ ଶ୍ରୀ ରାୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ. ଓଡ଼ିଶାର ଲୋକେ ଚିନ୍ତିତ ଓ ଭୟଭୀତ। ଚିକିଟି ରେ ଯେଉଁ ଭଳି ଲୋକେ ମଦ ପିଇ ମୃତ୍ୟୁ ହେଲା ଓ ଏହାକୁ ନେଇ ଅବକାରୀ ମନ୍ତ୍ରୀ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ହାସ୍ୟସ୍ପଦ । ବିଜେପି ସରକାର ଆସିବା ପୂର୍ବରୁ ନିର୍ବାଚନ ଇସ୍ତାହାର ରେ କହିଥିଲେ କି ସରକାର କୁ ଆସିଲେ ମଦ ବନ୍ଦ ହେବ।କିନ୍ତୁ ତାହା ହେଉ ନାହିଁ । ଅଧିକାରୀଙ୍କ ଉପରେ ସରକାରଙ୍କର କଣ୍ଟ୍ରୋଲ ନାହିଁ ।ଯାହା ପାଇଁ ମଦ ମୃତ୍ୟୁ ଘଟିଛି। ଏହି ମନ୍ତ୍ରୀ ବି ଆଇନ ମନ୍ତ୍ରୀ ତାଙ୍କ ସମୟରେ ବି ବଡ ଠାକୁର ପଡ଼ିଲେ କିନ୍ତୁ ମନ୍ତ୍ରୀ ତାଙ୍କ ବିଭାଗ କଥା ନ କହି ଅନ୍ୟ ବିଭାଗ କଥା କହୁଛନ୍ତି। ମଦର୍ ବିଷାକ୍ତ ଜିନିଷ ମିଶ୍ରଣ ପାଇଁ ଏ ଘଟଣା ଘଟିଲା।ଏଥି ପାଇଁ ସରକାର ଦାୟୀ ।ଯେହେତୁ ଏ ସରକାର ରେ ଅଧିକାରୀଙ୍କ ଉପରେ ଲଗାମ ନାହିଁ।ଯଦି ମନ୍ତ୍ରୀଙ୍କ ନୈତିକତା ଅଛି ତେବେ ସେ ଇସ୍ତଫା ଦିଅନ୍ତୁ।ଆମର ବି ମନ୍ତ୍ରୀ ଥିବା ସମୟରେ ଅନେକ ମନ୍ତ୍ରୀ ଏ ଭଳି ଘଟଣାରେ ଇସ୍ତଫା ଦେଇଛନ୍ତି ବୋଲି ସେ କହିଛନ୍ତି ।
Related Stories
November 22, 2024