ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଅଷ୍ଟିନଙ୍କ ନିମନ୍ତ୍ରଣ କ୍ରମେ 23ରୁ 26 ଯାଏ ଔପଚାରିକ ଗସ୍ତରେ ରହିବେ । ଏହି ଯାତ୍ରା ସମୟରେ ସେ ନିଜ ଆମେରିକା ସମକକ୍ଷ ଅଷ୍ଟିନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ । ସେ ଜାତୀୟ ସୁରକ୍ଷା ମାମଲା ପାଇଁ ଆମେରିକାର ରାଷ୍ଟ୍ରପତିର ସହାୟକ ଜେକ ସୁଲିଭନଙ୍କୁ ବି ସାକ୍ଷାତ କରିବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆମେରିକା ଯାତ୍ରା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭାବେ ମନେ କରାଯାଉଛି, କାରଣ ଭାରତୀୟ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଜୁଲାଇ 31ରେ ହୋଇଥିବା ବୈଠକରେ କିଛି ସଂଶୋଧନ ସହିତ ଏମକ୍ୟୁ-9 ବି ପ୍ରିଡେଟର ଡ୍ରୋନ ବୁଝାମଣାକୁ ମଂଜୁରୀ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଅଗଷ୍ଟ 23ରେ ପେଂଟାଗନରେ ନିଜ ଆମେରିକୀୟ ସମକକ୍ଷ ଲାୟଡ ଅଷ୍ଟିନଙ୍କ ସହିତ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦ୍ୱିପାକ୍ଷିକ ବୈଠକ କରିବେ । ଏଥିରେ ଏମକ୍ୟୁ-9ବି ପ୍ରୀଡେଟର ଡ୍ରୋନର ବୁଝାମଣା ଫାଇନାଲ ହେବାର ଆଶା ରହିଛି । ପ୍ରିଡେଟର ଡିଲ୍ ବ୍ୟତୀତ ମିସାଇଲ ଓ ଗାଇଡେଡ ବୋମା ସହିତ 3.9 ବିଲିୟନ ଡଲାର ମୂଲ୍ୟରେ 31 ୟୁଏଭିର ଅଧିଗ୍ରହଣ ସାମିଲ ରହିଛି ।