ନୂଆଦିଲ୍ଲୀ– ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପରିଷଦର ରେସିଡେଂଟ ଡାକ୍ତର୍ସ ଆସୋସିଏସନର ଆହ୍ୱାନ କ୍ରମେ ବୁଧବାର କୋଲକାତା କାଣ୍ଡ ବିରୁଦ୍ଧରେ ଡାକ୍ତରମାନେ ଜନ୍ତରମନ୍ତରରେ ଓପିଡି ଖୋଲିବେ । ଆରଜି କର ମେଡିକାଲ କଲେଜ କୋଲକାତା ଘଟଣା ବିରୁଦ୍ଧରେ ଦେଶବ୍ୟାପୀ ଡାକ୍ତର୍ସଙ୍କ ହରତାଳ ସମର୍ଥନରେ ଏମ୍ସ ଆରଡିଏ ଏହି ନିଷ୍ପତି ନେଇଛି । ଆରଡିଏ ବୁଧବାର ଜାରି ବିଜ୍ଞପ୍ତିରେ ଆରଜି କର ମାମଲାରେ ଆସିଥିବା ନିଷ୍ପତି ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, ଆରଜି କର ମାମଲାରେ ଏକଜୁଟତା ବ୍ୟକ୍ତ କରିବା ଓ ରୋଗୀ ଦେଖାଶୁଣା ପ୍ରତି ନିଜର ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶିତ କରିବା ପାଇଁ ଓପିଡି ସେବା ପ୍ରଦାନ କରିବେ ।