ନୂଆଦିଲ୍ଲୀ– ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ବ୍ରେଂଟ ମୂଲ୍ୟ ବ୍ୟାରେଲ ପିଛା 77.06 ଡଲାର ହୋଇଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ 74.04 ଡଲାର ରହିଛି । ତେବେ ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଇଣ୍ଡିଆନ ଅଏଲର ୱେବସାଇଟ୍ ମୁତାବକ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 94.72ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 87.62 ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 103.44ଟଙ୍କା ଥିବା ବେଳେ ଡିଜେଲ 89.97ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 104.95 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 91.76 ଟଙ୍କା, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 100.75ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 92.34ଟଙ୍କା ରହିଛି ।