କୋଲକାତା, ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିକଟରେ ହୋଇଥିବା ଭଙ୍ଗାରୁଜା ଘଟଣା ପରେ କୋଲକାତା ପୋଲିସ ତିନି ଅଧିକାରୀଙ୍କୁ ସସପେଣ୍ଡ କରିଛି । ସସପେଣ୍ଡ କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ଆସିଷ୍ଟାଣ୍ଡ କମିଶନର ଓ ଜଣେ ଇନସପେକ୍ଟର ସାମିଲ ହୋଇଛନ୍ତି । ଏହି ଅଧିକାରୀ ଡ୍ୟୁଟିରେ ଅବହେଳା କାରଣରୁ ଦୋଷୀ ବୋଲି ଜଣାପଡିଥିଲା ।
ଏଠାରେ ସୂଚନାଯୋଗ୍ୟ ଅଗଷ୍ଟ 9 ତାରିଖରେ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଗଷ୍ଟ 14 ତାରିଖ ଅଧରାତିରେ ମହିଳାମାନେ ରାତି ଦଖଲ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ହଠାତ୍ କିଛି ଗୋଷ୍ଠୀ ହସ୍ପିଟାଲରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ ।