ନୂଆଦିଲ୍ଲୀ– ରାଷ୍ଟ୍ରୀୟ ମହିଳା ଆୟୋଗ ତାମିଲନାଡ଼ୁର କୃଷ୍ଣାଗିରିରେ ନକଲି ଏନସିସି ଶିବିରରେ ୧୩ ଯୁବତୀଙ୍କୁ ଯୌନ ଶୋଷଣ ଶୀର୍ଷକ ଏକ ମିଡ଼ିଆ ରିପୋର୍ଟ ଉପରେ ନିଜେ ଖବର ନେଇଛନ୍ତି । ଆୟୋଗ ବୁଧବାର ଡିଜିପି ଚେନ୍ନାଇଙ୍କ ନିରପେକ୍ଷ, ସମୟଉପଯୋଗୀ ତଦନ୍ତକୁ ସୁନିଶ୍ଚିତ କରିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ପ୍ରାସଙ୍ଗିକ ଆଇନ ଅନୁଯାୟୀ ମାମଲା ଦାୟର୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନସିଡବ୍ଲ୍ୟୁ ଏକ୍ସରେ ସୂଚନା ଦେଇଛନ୍ତି ଯେ, ଏହି ମାମଲାରେ ପୋଲିସ ଏବଂ ରାଜ୍ୟ ସରକାର ଠାରୁ ୩ ଦିନ ଭିତରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନର ନେଇ ରିପୋର୍ଟ ମାଗିଛନ୍ତି ।
ତାମିଲନାଡ଼ୁ ପୋଲିସ ମୁତାବକ, ଅଗଷ୍ଟ ୧୯ ତାରିଖରେ ଏକ ନକଲି ଏନସିସି କ୍ୟାମ୍ପରେ ୧୩ ଜଣ ଯୁବତୀଙ୍କୁ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ତାମିଲନାଡ଼ୁ ପୋଲିସ କୃଷ୍ଣାଗିରି ଜିଲ୍ଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ଏବଂ ଦୁଇ ଶିକ୍ଷକଙ୍କ ସହିତ ଅନ୍ୟ ୧୧ ଜଣଙ୍କୁ ଗିରଫ କରିଛି । ଏହି ଏନସିସି କ୍ୟାମ୍ପ ବିଦ୍ୟାଳୟ ପରିସରରେ ହିଁ କରାଯାଇଥିଲା ।