ଲକ୍ଷ୍ନୌ– ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ପୂର୍ବତନ ଅଖିଳ ଭାରତୀୟ ସହ ବ୍ୟବସ୍ଥାର ପ୍ରମୁଖ ବାଳକୃଷ୍ଣ ତ୍ରିପାଠୀଙ୍କର ଲକ୍ଷ୍ନୌ ସ୍ଥିତ ଡାକ୍ତର ରାମ ମନୋହର ଲୋହିୟା ଆୟୁର୍ବିଜ୍ଞାନ ସଂସ୍ଥାନରେ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ହୋଇଥିଲା । ସେ ଜିଲ୍ଲା ପ୍ରଚାରକ, ବିଭାଗ ପ୍ରଚାରକ, ପ୍ରାନ୍ତ ଶାରିରୀକ ଶିକ୍ଷଣ ପ୍ରମୁଖ, କାଶୀ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ, ଅବଧ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ତଥା କ୍ଷେତ୍ରର ସଂପର୍କ ପ୍ରମୁଖ ଥିଲେ । ଏହାପରେ ଅଖିଳ ଭାରତୀୟ ସହ ବ୍ୟବସ୍ଥା ପ୍ରମୁଖର ଦାୟିତ୍ୱ ଘୋଷଣା ହେବା ପରେ ତାଙ୍କ କେନ୍ଦ୍ର ନାଗପୁରରେ ହୋଇଥିଲା । ଦୀର୍ଘଦିନ ଧରି ସେ ନାଗପୁରରେ ରହିଥିଲେ । ନିକଟରେ ତାଙ୍କ କେନ୍ଦ୍ର ଭାରତୀ ଭବନ ଲକ୍ଷ୍ନୌ ଥିଲା । ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଭାରତୀ ଭବନ ରାଜେନ୍ଦ୍ର ନଗର ଲକ୍ଷ୍ନୌରେ ରଖାଯାଇଛି । ଆଜି ଅପରାହ୍ନ 3ଟା ବେଳେ ଭୈରବ ଘାଟ ଗଙ୍ଗା କୂଳ କାନପୁରରେ ତାଙ୍କ ଅନ୍ତିମ ସଂସ୍କାର ହେବ ।