ଭୁବନେଶ୍ୱର- ଆଜି ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳରେ ନିଜସ୍ୱ ଖେଳପଡ଼ିଆଠାରେ ଓରାୟନ କ୍ରୀଡ଼ା ମହେତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ଅନେକ କ୍ରୀଡ଼ା ଯେପରି କି ଭଲିବଲ, ବାସ୍କେଟବଲ, ଟେବୁଲ ଟେନିସ, କ୍ରିକେଟ, ବ୍ୟାଡମିଂଟନ, କବାଡ଼ି ଏବଂ ଫୁଟବଳ ଭଳି ଅନେକ ଆନ୍ତ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଅଛି । ଏହି ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସ୍ୱନାମଧନ୍ୟ ଶିଳ୍ପପତି ଶରତ ଚନ୍ଦ୍ର ସାହୁ, ମହା ନିଦେ୍ର୍ଧଶକ, ରୁଚି ଫୁଡଲି ଓ ଶୁଭମ ଦାସ, ସହ ନିଦେ୍ର୍ଧଶକ ଅଫ୍ ସି. ଗ୍ରାସରୁଟ୍, ଓଡ଼ିଶା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍୍ରରୁ ବିଶ୍ୱ ବିଦ୍ୟାଳର କୁଳପତି ପ୍ରଫେସର ଅଜୟ କୁମାର ସିଂ, କୂଳ ସଚିବ ଡ. ବି. ଆର.ଶର୍ମା ଛାତ୍ର ବ୍ୟବସ୍ଥା ନିଦେ୍ର୍ଧଶ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଏବଂ କାର୍ମିକ ନିଦେ୍ର୍ଧଶକ ନରେନ୍ଦ୍ର ଲାମ୍ବା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବେଦ ପଣ୍ଡିତଙ୍କ ପବିତ୍ର ବେଦଧ୍ୱନିର ସହିତ ଆରମ୍ଭ ହୋଇଥିଲା । ଏହା ପରେ ଛାତ୍ର ବ୍ୟବସ୍ଥା ନିଦେ୍ର୍ଧଶକ କ୍ୟାପଟେନ ଚନ୍ଦ୍ର ଶେଖର ପଣ୍ଡା ଓ ରାୟନ କ୍ରୀଡ଼ା ମହୋତ୍ସବ ବିଷୟରେ ସମ୍ୟକ ସୂଚନା ଦେବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବା ସହ କ୍ରୀଡ଼ା ମଶାଲ ପ୍ରଜ୍ୱଳିତ କରି ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସାହୁନିଜର ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ପ୍ରତିଯୋଗୀ ମାନଙ୍କର ମନୋବଳ ବୃଦ୍ଧି କରିବା ସହ ସୁସ୍ଥ କ୍ରୀଡ଼ା ଏବଂ ଭଲ କ୍ରୀଡ଼ାବିତ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଶ୍ୱ ବିଦ୍ୟାଳୟର କୂଳପତି ସହ କିପରି ଏକ ସଫଳତ କ୍ରୀଡ଼ାବିତ ନିଜର ଦେଶକୁ ଗର୍ବିତ ଅନୁଭବ କରାଯାଇପାରେ ସେ ବିଷୟରେ ନିଜର ବହୁମୂଲ୍ୟ ମନ୍ତବ୍ୟ ଦେଇଥିଲେ । କାର୍ମିକ ନିଦେ୍ର୍ଧଶକ ନରେନ୍ଦ୍ର ଲାମ୍ବା କହିଥିଲେ ଯେ, କ୍ରୀଡ଼ାକୁ ଉପଭୋଗ କରି ଖେଳିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱ ବିଶ୍ୱ ବିଦ୍ୟାଳୟର ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ମାର୍ଶାଲ ଖେଳାଳୀମାନେ ନିଜର କୌଶଳ ପ୍ରଦର୍ଶନ କରିଥିଲେ ।
ପରିଶେଷରେ କୁଳସଚିବ ଓରାୟନର ସମସ୍ତ ସଂଚାଳନ ସମିତିକୁ ଶୁଭ କାମନା ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡ଼ା ମହୋତ୍ସବ ବ୍ୟତୀତ ଓରାୟନରେ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଅଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୧୭ରୁ ୧୯ ଜାନୁଆରୀ ମଧ୍ୟରେ ଅନୁÂିତ ହେବ । ଏହା ମଧ୍ୟରେ ସ୍ପନ୍ଦନ, ଅଭାଲନା, ରିଭାର୍ବ ଏବଂ ସିଲେଷ୍ଟିଆ ଅନ୍ୟତମ । ଏହି ଅବସରରେ ବଲିଉନର ସ୍ୱନାମଧନ୍ୟ ଗାୟକ ଯୋଡ଼ି ସଚିତ ଟଣ୍ଡନ ଓପରମ୍ପରା ଠାକୁର ନିଜର ସଂଗୀତ ପରିବେଷଣ କରିବେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସଂସ୍କଢତିର ଏହି ମହାକୁମ୍ଭକୁ ଉପଭୋଗ କରିବା ପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରିଅଛି ।