ଭୁବନେଶ୍ୱର– 5ଶହ ଆଦିବାସୀ ଗାଁକୁ ଉନ୍ନତି କରିବା ପାଇଁ ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆକ୍ସନ ମୋଡ଼ରେ ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ । ରୋଡ଼ମ୍ୟାପ ପ୍ରସ୍ତୁତ କରିଛି ବିଭାଗ । ଯେଉଁ ଗାଁ ଗୁଡିକରେ ୮୦ ରୁ ୯୦ ପ୍ରତିଶତ ଆଦିବାସୀ ରହିଛନ୍ତି ସେହି ସବୁ ଗାଁ ଗୁଡିକୁ ଚିହ୍ନଟ କରାଯାଇ ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ । ଆଦିବାସୀ ଗାଁ ଗୁଡିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ଆମ ସରକାରଙ୍କ ପ୍ରାଥମିକତା ବୋଲି ବିଭାଗୀୟ ମନ୍ତ୍ରୀ ରବି ନାୟକ କହିଛନ୍ତି । ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକ ମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତି କରାଯିବ, ମାତୃ ଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାକୁ ଲାଗୁ କରି ବର୍ଷରୁ ଦୁଇ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୫୦୦ ଗାଁ କୁ ବିକଶିତ କରାଯିବ ପରେ ଆହୁରି ଅଧିକ ଗାଁକୁ ବିକଶିତ କରାଯିବ ।
Related Stories
November 22, 2024