
ପୁରୀ -ଆଜି ପବିତ୍ର ଗହ୍ମା ପୁର୍ଣ୍ଣିମା।ଗହ୍ମା ପୁର୍ଣ୍ଣିମା ପାଇଁ ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି।ଶ୍ରୀ ମନ୍ଦିରରେ ଆଜି ଭଉଣୀ ଶୁଭଦ୍ରା ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ।ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ କୁ ମହାପ୍ରଭୁଙ୍କୁ ସିଂହାରି ସେବକ ମାନେ ଲାଗି କରାଇବେ।ଆଜି ଗହ୍ମାପୁର୍ଣ୍ଣିମାରେ ବଳଭଦ୍ରଙ୍କ ଜନ୍ମ ଉସ୍ଚବ ଅନୁଷ୍ଠିତ ହେବ ।ଦିପ୍ରହର ଧୁପ ପରେ ମଙ୍ଗଳାର୍ପଣ କରାଯିବା ପରେ ସ୍ୱତନ୍ତର ନୀତିକ୍ରାନ୍ତି କରାଯାଇ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିବେ। ସେଛାରେ ବଳଭଦ୍ରଙ୍କ ପ୍ରତିମା ନିର୍ମାଣ କରାଯାଇ ଜୀବନ୍ୟାସ ଦେବା ପରେ ଜାତକର୍ମ ଅନୁଷ୍ଠିତ ହେବ।ପରେ ପଞ୍ଚ ଉପଚାର ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯିବ।ଏହାପରେ ବଳଭଦ୍ରଙ୍କୁସୁଦର୍ଶନ ବିମାନରେ ବସାଇ ଆଶ୍ରମ ଭ୍ରମଣ କରାଇବା ପରେ ଶୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବ।