
ଭୁବନେଶ୍ୱର -ବଜ୍ରାଘାତରୁ ରକ୍ଷା କରିବ ତାଳଗଛ।ଏ ନେଇ ସୁଚନା ଦେଇଛନ୍ତି ପିସିସିଏଫ।ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ସୁଚନାନୁସାରେ ଖୁବଶୀଘ୍ର 19 ଲକ୍ଷ୍ୟ ତାଳ ଗୁଟୁମା ବନ ବିଭାଗ ଲଗାଇବ। 10 ଲକ୍ଷ ତାଳଗଛ ଏ ପର୍ଯ୍ୟନ୍ତ ଲାଗି ସାରିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ମିଶନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଦେବୀଦତ୍ତ ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି ଅକାଳରେ ଅନେକ ଜୀବନ ନେଲାଣି ବଜ୍ରପାତ।ରାଜ୍ୟ ସରକାର ତାଳଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ବର୍ତ୍ତମାନ ତାଳଗଛ କାଟିବା ପାଇଁ ମଧ୍ୟ ଅନୁମତି ନେବାକୁ ପଡିବ ବୋଲି ସୁଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ।