ଗଂଜାମ– ଗଂଜାମ ଜିଲ୍ଲାରେ ଆଜି ସମସ୍ତ ବୈଷ୍ଣବ ମନ୍ଦିରରେ ପ୍ରଭୂ ବଳଦେବଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହେଉଛି । ୩୦-୪୦ବର୍ଷ ପୂର୍ବେ ପାଳିତ ହେଉଥିବା ବହୁଳ ଭାବେ ଗହ୍ମା ପର୍ବ ଆଜି ଗଂଜାମ ଜିଲ୍ଲା ରେ କାଁ, ଭାଁ ଦେଖି ବାକୁ ମିଳୁଛି। ଆଗରୁ ବ୍ରହ୍ମଣ ମାନେ ରାଜା, ଜମିଦାର, ଉଚ୍ଚ ବଂଶଜ ବ୍ଯକ୍ତି ମାନଙ୍କୁ ନଡିଆ ପଇତା ଅର୍ପଣ ଓ ପୁରୋହିତ ମାନେ ଜଜମାନଙ୍କୁ ପଇତା ଦେଇ ସେମାନଙ୍କ ମଂଗଳ କାମନା କରି ରକ୍ଷାବଂଧନ କରୁଥିଲେ । ବର୍ତ୍ତମାନ ଏ ପରଂପରା ପ୍ରାୟତଃ ଲୋପପାଇବାକୁ ବସିଲାଣି। ଏହାର ସ୍ଥାନ ନେଇଛି ଭାଇହାତରେ ଭଉଣୀ ରାକ୍ଷୀ ବାନ୍ଧି ଉପହାର ଓ ପାଉଣା ପାଇବା ପରମ୍ପରା। ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ, ଆରଏସଏସ ଓ ବ୍ରହ୍ମା କୁମାରୀ ସଂଗଠନ ପକ୍ଷରୁ ମଧ୍ୟ ବିଭିନ୍ନ ବର୍ଗର ମହିଳା ପୁରୁଷ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବଂଧନ ଉତ୍ସବ ବିପୁଳ ଉତ୍ସାହ ଓ ଉଦ୍ଦିପନା ସହକାରେ ପାଳନ କରିଛନ୍ତି । ଗଂଜାମ ଜିଲ୍ଲା ରେ ଚାଷୀ ମାନେ ଘରେ ଘରେ ଲଂଗଳ ଜୁଆଳି ଓ ଗୋପୂଜନ କରିଛନ୍ତି ।
Related Stories
November 22, 2024