ଭୁବନେଶ୍ୱର – ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମଦିନ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି କହିଥିଲେ ଯେ, ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ କଥା- ସାହିତ୍ୟରେ ପ୍ରାଣ ପ୍ରତିଷ୍ଠାତା ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି, ସମ୍ମିଳନୀ ମଂଚେଶ୍ୱର ଶାଖାର ଉପଦେଷ୍ଟା ନିରଞ୍ଜନ ଦାଶ ଓ ନିମାଇଁ ଦାସ, ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଅଶୋକ ପାଲଟାସିଂ ଓ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ଶୀତା ବଲ୍ଲଭ ମହାପାତ୍ର, ବାସନ୍ତି ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ, ପ୍ରସନ୍ନ ରଥ, ଇଂ. ନଳିନୀ ମହାନ୍ତି, କ୍ଷେତ୍ରମୋହନ ନାୟକ, ଇଂ. ଶିବ ପ୍ରସାଦ ମିଶ୍ର, ଅକ୍ଷୟ ଜେଠୀ, ଅଜୟ କାନୁନଗୋ, ପ୍ରକାଶ କୁମାର ସାମଲ ଓ ଭବାନୀ ପ୍ରସାଦ ଧଳ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।
Related Stories
November 24, 2024
November 24, 2024