ମସ୍କୋ– ରୁଷ୍ ର ପୂର୍ବତଟରେ ରବିବାର ସକାଳେ ୭.୦ ତୀବ୍ରତାର ଭୂମିକମ୍ପ ପରେ ଶିବଲୁଚ ଫାଟିଛି । ଏହି ଘଟଣା ପରେ ସୁନାମିର ବିପଦ ମଧ୍ୟ ରହିଛି । ଯଦିଓ ଏପର୍ଯ୍ୟନ୍ତ ଭୂ-କମ୍ପର ଝଟ୍କା କିମ୍ବା ଜ୍ବାଲାମୁଖୀ ଫାଟିବାରେ କୌଣସି ଜନହାନି ହୋଇନାହିଁ । ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଂଚି ଯାଂଚ୍ କରୁଛନ୍ତି । ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ସୁଦୂର ପୂର୍ବ କାମଚଟକା ପ୍ରାୟଦ୍ୱୀପର ତଟ ରହିଛି ।
ସଂଯୁକ୍ତ ରାଜ୍ୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣର ଅଧିକାରୀ ମାନଙ୍କ ସୂଚନା ଅନୁସାରେ, ରୁଷ୍ ରେ ଭୂ-କମ୍ପ ସକାଳ ୭ଟା ପରେ ଆସିଥିଲା । ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାବଲୋସ୍କ-କାମଚତସ୍କି ସହର ଠାରୁ ପ୍ରାୟ ୯୦ କି.ମି. ପୂର୍ବରେ କାମଚଟକା ପ୍ରାୟଦ୍ୱୀପର ପାଣି ଭିତରେ ପ୍ରାୟ ୫୦ କି.ମି. ଗଭୀରରେ ରହିଛି ।