ଭୁବନେଶ୍ୱର -ପାଣ୍ଡିଆନଙ୍କ ହେଲିକାପ୍ଟର ବୁଲା ଘଟଣାରେ ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ପରିବହନ ମନ୍ତ୍ରୀ କହିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ ।ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି 15 ଦିନ ଭିତରେ ପରିବହନ ମନ୍ତ୍ରୀ ଗୋଟିଏ ମନ୍ତବ୍ୟ 4 ଥର ଦେଇ ସାରିଲେଣି।ଗୋଟିଏ କଥା 4 ଥର କହି ପରିବହନ ମନ୍ତ୍ରୀ ଗଣମାଧ୍ୟମରେ ଚର୍ଚାରେ ରହିବାକୁ ଚାହୁଁଛନ୍ତି ବୋଧେ। ବିଜେଡି ବିଧାୟକ ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି ପୁର୍ବରୁ ଏବେର ଶାସକ ଦଳ ଓ ତତ୍କାଳିନ ବିରୋଧୀ ଦଳ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ।ଯାହାକୁ ନେଇ ହଟ୍ଟଗୋଳ ହୋଇଥିଲା।ଏ ପ୍ରସଙ୍ଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମଧ୍ୟ ମୌଖିକ ଓ ଲିଖିତ ମାଧ୍ୟମରେ ଗୃହରେ ବିବୃତି ରଖିଥିଲେ।ବଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପାଣ୍ଡିଆନ ଲୋକଙ୍କ ଅଭିଯୋଗ ପତ୍ର ଆଣିବା ପାଇଁ ବିଭିନ୍ନ ଜାଗାକୁ ଯାଉଥିଲେ। ତେଣୁ ଏଥିରେ ଲୁଚାଛପା ନାହିଁ । ପରିବହନ ମନ୍ତ୍ରୀ ବୋଧେ ତାଙ୍କ ବିଭାଗର କାଗଜ ଦେଖୁନାହାନ୍ତି।କଲମ, କାଗଜ ବିଜେପି ସରକାର ହାତରେ ।ଯଦି ତଦନ୍ତ କରିବା କଥା କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।
Related Stories
November 22, 2024