ଭୁବନେଶ୍ୱର- ବନ୍ଧୁ ମିଳନ, ଭାଇଚାରା ଓ ସଂକ୍ରାନ୍ତି ସଂସ୍କୃତିର ଶ୍ରେÂ ପର୍ବ ହେଉଛି ମକର । ଏହାକୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇ ସବୁଜିମାର ବାର୍ତା ବାଂଟିଛନ୍ତି ସ୍ମାର୍ଟନଗରୀ ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଅଂଚଳରେ ରହୁଥିବା ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ । ମାଟି ଓ ଗୋବର ଖତ ସହିତ ବିଭିନ୍ନ ବିହନକୁ ମିଶାଇ ପେଣ୍ଡୁ ବା ବଲ୍ରେ ତିଆରିଛନ୍ତି ସେ ସବୁଜ ଗୁଡ଼ି । ସାଧାରଣତଃ ଏହି ପର୍ବରେ ଗୁଡ଼ି ଉଡ଼ାଇବା ର ପରମ୍ପରା ଆମ ରାଜ୍ୟର ସହର ଓ ଗ୍ରାମାଞ୍ଚଳରେ ପ୍ରଚଳିତ । ସଂପ୍ରତି ବଜାରରେ ଉପଲବ୍ଧ ପ୍ରକୃତି ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଜରି ଓ ପ୍ଲାଷ୍ଟିକ୍ ଗୁଡ଼ିକୁ ବର୍ଜନ କରି ପରିବେଶ ଉପଯୋଗୀ ଅର୍ଥାତ୍ ଇକୋ-ଫ୍ରେଣ୍ଡଲି ଗୁଡ଼ି ଓ ସୂତାର ବ୍ୟବହାର କରିବା ପାଇଁ ସ୍ଥାନୀୟ ଅଂଚଳରେ ସେ ସଚେତନତା ସୃଷ୍ଟି କରିଛନ୍ତି ।
ମକର ହେଉଛି କୃଷିଭିତିକ ଏକ ମୁଖ୍ୟ ପର୍ବ । କୃଷକ ତା’ର ଫସଲକୁ ମକର ଚାଉଳରେ ପ୍ରଥମେ ଈଶ୍ୱରଙ୍କୁ ସମର୍ପଣ କରିଥାଏ । ପରେ ମକର ଚାଉଳକୁ ଭୋଗ କରିଲୋକେ ଖାଆନ୍ତି । ମକରରେ କ୍ଷେତ, ଜଙ୍ଗଲ ଓ ପରିବେଶକୁ ସବୁଜିମାମୟ କରାଉ ଓ ବିଶ୍ୱବାସୀଙ୍କ ମୁଣ୍ଡ ଉପରୁ ଜଳବାୟୁର ଜ୍ୱାଳା ହ୍ରାସ ପାଉ ଏହି ବାର୍ତା ଦେବାକୁ ଏଭଳି ଭବ୍ୟ ଆୟୋଜନ ଜରିଆରେ ଆମ ସଂସ୍କୃତିର ବୈଶିଷ୍ଟ୍ୟତାକୁ ନେଇ ସଚେତନତା କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।