-
ଯାଜପୁର ଜିଲ୍ଲାର ଦାନଗଦିରେ ସର୍ବାଧିକ ୬୧.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଯାଜପୁର ଜିଲ୍ଲାର ଦାନଗଦିରେ ସର୍ବାଧିକ ୬୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଅନୁଗୁଳ ଜିଲ୍ଲାର ତାଳଚେରରେ ୫୫.୦, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୫୧.୧ ମି.ମି., ରାଉରକେଲାରେ ୫୦.୪, ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ୪୬.୪, ବାଲେଶ୍ଵର ଜିଲ୍ଲାର ଜଇପୁରରେ ୩୫.୬, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୩୫.୩, ଆର.କେ.ନଗରରେ ୩୨.୮, ସମ୍ବଲପୁର ଜିଲ୍ଲାର ଧନକଉଡ଼ାରେ ୨୮.୩, ବାଲେଶ୍ଵର ଜିଲ୍ଲାର ଏନଏଚ-୫, ଗୋବିନ୍ଦପୁରରେ ୨୮.୦, ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ରେ ୨୭.୭ ମି.ମି., କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ୨୭.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୨୭.୦ ଏବଂ ସୋନପୁର ଜିଲ୍ଲାର ତରଭାରେ ୨୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।