ଭୁବନେଶ୍ୱର -ଆଗକୁ ଆସୁଛି ଗଣେଶ ପୁଜା।ପୁଜାରେ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ ବାଜିବ।ଆଗକୁ ପୁଜାର ମାହୋଲ ଆସୁଥିବାରୁ ଭସାଣୀରେ ଡିଜେ ବନ୍ଦ କରାଯାଇଛି।ସୁଚନାନୁସାରେ ସେପ୍ଟେ୍ମ୍ବର 7 ରେ ଗଣେଶ ପୁଜା ପଡୁଛି।ଡିସିପି ପ୍ରତୀକ ସିଂ କହିଛନ୍ତି ଗଣେଶ ପୁଜାରେ ବିକୃତ ମୃତ୍ତୀ ନିର୍ମାଣ ନଜରକୁ ଆସିଲେ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏ ନେଇ ଆଜି କୋଆର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ ପୁଜା କମିଟି ମଧ୍ୟରେ ଅନୁଷ୍ଠିତ ହୋଇଛି।ଡିସିପି ପ୍ରତୀକ ସିଂ ଆହୁରିମଧ୍ୟ କହିଛନ୍ତି ପୁଜାକୁ କିଭଳି ନିଶାମୁକ୍ତ କରାଯାଇପାରିବ ସେ ନେଇ ଆଲୋଚନା କରିଛନ୍ତି। ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରା ଯାଇଛି।ଯଦି ସେଭଳି ଘଟଣା ନଜରକୁ ଆସେ ତେବେ ତାଙ୍କ ବିରୋଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଗଣେଶ ପୁଜାରେ ଭସାଣୀ ପୁର୍ବରୁ ଅନୁମତି ନେବା ଜରୁରୀ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ। ରାଜଧାନୀର ସମସ୍ତ ପୁଜା କମିଟି ପୋଲିସର ସମସ୍ତ ନିଷ୍ପତ୍ତିକୁ ସହମତି ପ୍ରକାଶକରିଥିବା ନେଇ ସୁଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।
Related Stories
November 22, 2024