ଭୁବନେଶ୍ୱର, ଆଜି ବିଧାନସଭାରେ ନୂଆ କରି ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନଙ୍କୁ ବହିଷ୍କାର କରିବା ପରେ ବିଜୁ ଜନତା ଦଳ ନିଜେ ଦଳର ବିଧାୟକ ମାନଙ୍କୁ ତାଲିମ ଦେବ ବୋଲି କହିଛି ।
ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଆସନ୍ତା ଅଗଷ୍ଟ ୨୫ ତାରିଖ ରବିବାର ସକାଳ ୧୦ ଟା ରେ ବିଜେଡି ବିଧାୟକଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ।
ଶ୍ରୀ ଦେବ କହିଛନ୍ତି ଶଙ୍ଖ ଭବନରେ ନୂଆ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ବରିଷ୍ଠ ବିଧାୟକମାନେ ନୂଆ ସଦସ୍ୟ ମାନଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ପ୍ରଶିକ୍ଷଣ ଦିଆଯିବ।
ସେ ଆହୁରି କହିଛନ୍ତି ଆଜିକାର କାର୍ଯ୍ୟକ୍ରମ କୁ ଆମେ ବର୍ଜନ କରିଛୁ। ଏହା ଆମ ଦଳର ନିଷ୍ପତି। ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରିନାହୁଁ। ଆମେ ପଦ ମର୍ଯ୍ୟାଦାର କଥା କହୁଛୁ। ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟକ ବା ମୁଖ୍ୟ ଅତିଥି ହେବା କଥା କହୁଛୁ। ପରମ୍ପରା ନୀତି ନିୟମ ବଦଳିବା କଥା ନୁହେଁ। ଆମେ କହିବା ପରେ ଏହି କାର୍ଯ୍ୟକ୍ରମ ଅତିଥି ତାଲିକା ପରିବର୍ତନ ହୋଇଛି। ହେଲେ ଏବେ ବି କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି ହେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ପଦ ପ୍ରତି ଅବମାନନା ବୋଲି ସେ କହିଛନ୍ତି।