

ଭଦ୍ରକ -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ସମବାୟ ସମିତି ପକ୍ଷରୁ ଜଣେ ଦୁର୍ଘଟଣା ଜନିତ ମୃତ କୃଷକଙ୍କ ପତ୍ନୀଙ୍କୁ ବୀମା ସହାୟତା ରାଶି ପ୍ରଦାନ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ତେସିଙ୍ଗା ସମବାୟ ସମିତି ଅଧୀନସ୍ଥ ଭାଗଡା ଗ୍ରାମର କୃଷକ ଅନିରୁଦ୍ଧ ସାହୁଙ୍କର ଦୁର୍ଘଟଣାରେ ମୃତୁ୍ୟ ହୋଇଥିଲା । ତେବେ ସେ ସମବାୟ ସମିତି ପକ୍ଷରୁ ବୀମା ଅନ୍ତର୍ଭୁକ୍ତ ହୋଇଥିବାରୁ ତାଙ୍କ ମୃତୁ୍ୟ ପରେ ପତ୍ନୀ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ସହାୟତା ଚେକ୍ ପ୍ରଦାନ କରାଯାଇଛି । ଏହି ପ୍ରଦାନ ସମୟରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ବ୍ୟାଙ୍କ ଡିଜିଏମ୍ ଅଶ୍ୱିନୀ କୁମାର ନାୟକ, ସମିତି ସଂପାଦକ ରାଜେନ୍ଦ୍ର ଖଣ୍ଡାଇ, ବ୍ୟାଙ୍କର ଭଣ୍ଡାରିପୋଖରୀ ଶାଖା ପରିଚାଳକ ନିର୍ମଳ ଚନ୍ଦ୍ର ସେଠୀ, ସମବାୟ ଅଧିକାରୀ ନିରଂଜନ ମାଝୀ, ସମିତି ସଭାପତି ସାବିତ୍ରୀ ଦାସ, ନାରାୟଣପୁର ସମବାୟ ସମିତି ସଭାପତି ଜୟନ୍ତ କୁମାର ସାହୁ ଓ ସମବାୟବିତ୍ ନାରାୟଣ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ।