ପୁରୀ– ଆତ୍ମନିର୍ଭରଶୀଳ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଆକର୍ଷଣୀୟ ରାକ୍ଷୀ ଷ୍ଟଲ ଆକୃଷ୍ଟ କରୁଛି ଗ୍ରାହକ ମାନଙ୍କୁ। ପୁରୀ ଜିଲ୍ଲା ପରିଷଦ ଏବଂ ଓରମାସ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହାତ ତିଆରି ରାକ୍ଷୀ ଷ୍ଟଲ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ନିକଟ ଓ ବଡଶଙ୍ଖ ଛକ ନିକଟରେ ଖୋଲା ଯାଇଛି। ଏହି ଷ୍ଟଲକୁ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଉଦଘାଟନ କରିଥିଲେ। ଏହି ରାକ୍ଷୀ ଗୁଡିକ ସବାଇ ଘାସ, ମାଳି, ତାଳପତ୍ର ଖୋଦେଇ ଓ ଟେରାକୋଟ ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ହାତରେ ପ୍ରସ୍ତୁତ କରାଯାଇଛି।ଏହା ଆକର୍ଷଣୀୟ ହେବା ସହ ପରିବେଶ ଉପଯୋଗୀ ମଧ୍ୟ।ତେଣୁ ଏହାକୁ ବ୍ୟବହାର ପାଇଁ ଚାହିଦା ବୃଦ୍ଧି ପାଉଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।
ଏଥିରେ ଓରମାସ ର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭକ୍ତି ପଟ୍ଟନାୟକ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିମଳ ଚନ୍ଦ୍ର ତିରିଆଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରୁଛନ୍ତି।