କୋଲକାତା– ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ ପାଇଁ ବୁଧବାର ସକାଳେ ସିବିଆଇ ଟିମ କୋଲକାତାରେ ପହଂଚିଛି । ଏହି ଟିମରେ ଫୋରେନସିକ ବିଶେଷଜ୍ଞ ବି ସାମିଲ ଅଛନ୍ତି । ମଙ୍ଗଳବାର କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲାର ତଦନ୍ତ ପୋଲିସ ଠାରୁ ନେଇ ସିବିଆଇକୁ ପ୍ରଦାନ କରାଯାଇଛି । ସନ୍ଧ୍ୟା ହେବା ମାତ୍ରେ ସିବିଆଇର ଏକ ଟିମ ଟାଲା ଥାନାରେ ପହଂଚି ସେଠାରେ କେସ ସଂପର୍କିତ ଡାଏରୀ ସହିତ ସମସ୍ତ ଦସ୍ତାବିଜ ନିଜ ଅଧୀନକୁ ନେଇଥିଲା । ଏହାପରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର ବି ରୁଜୁ କରିଥିଲା । ସିବିଆଇ ଆଜି ଏହି ମାମଲାରେ ଗିରଫ ହୋଇଥିବା ,କମାତ୍ର ଅଭିଯୁକ୍ତ ସଂଜୟ ରାୟକୁ ହେପାଜତକୁ ନେଇପାରେ ।