ଢାକା– ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ମଙ୍ଗଳବାର କହିଛନ୍ତି ଯେ, ସରକାର ସଂଖ୍ୟାଲଘୁ ହିନ୍ଦ ସମୁଦାୟ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦଣ୍ଡିତ କରିବେ । ମୁଖ୍ୟ ମରାମର୍ଶଦାତା ଏହି ଆଶ୍ୱାସନା ଦେଇଛନ୍ତି ଯେ, ପ୍ରାଚୀନ ଢାକେଶ୍ୱରୀ ମନ୍ଦିର ଗସ୍ତ ସମୟରେ ସେ ପୀଡିତ ହିନ୍ଦୁ ସମୁଦାୟଙ୍କୁ ସାକ୍ଷାତ କରିଛନ୍ତି । ସେ ହିନ୍ଦୁଙ୍କୁ ଧୈର୍ଯ୍ୟ ରଖିବା ପାଇଁ ଅନୁରୋଧ ଓ ଆଶ୍ୱାସନା ଦେଇଛନ୍ତି ଯେ, ସେମାନଙ୍କ ସୁରକ୍ଷା କରାଯିବ । ଅନ୍ତରିଣ ସରକାରର ମୁଖ୍ୟ ପରାମର୍ଶଦାତା କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତିର ଅଧିକାର ସୁନିଶ୍ଚିତ କରାଯିବା ଆବଶ୍ୟକ । ଦେଶର ଦୁର୍ଦ୍ଦଶା ପାଇଁ ସଂସ୍ଥାଗତ ପତନକୁ ଦାୟୀ କରିଛନ୍ତି ।