ଭୁବନେଶ୍ୱର– ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଭାଜନ ସମୟରେ ନିଜର ପ୍ରାଣବଳି ଦେଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି. ଭାରତ ଇତିହାସର ସବୁଠାରୁ ପୀଡ଼ାଦାୟକ ଦିନ ହେଉଛି ବିଭାଜନ ର ଦିନ। ୧୯୪୭ ମସିହାରେ ଆଜିର ଦିନରେ ଦେଶକୁ ବିଭାଜନ ଭଳି ଅମାନୁଷିକ କଷ୍ଟ ଭୋଗିବାକୁ ପଡ଼ିଥିଲା। ବିଭାଜନ ହିଂସାରେ ଲକ୍ଷ ଲକ୍ଷ ଲୋକ ଜୀବନ ହରାଇଥିବା ବେଳେ ଅସଂଖ୍ୟ ଲୋକଙ୍କୁ ନିଜ ଘର, ଜୀବିକା ଏବଂ ପ୍ରିୟଜନଙ୍କୁ ହରାଇବା ପାଇଁ ପଡ଼ିଥିଲା। ସେହି ବିଭାଜନ ର ବିଭୀଷିକାରେ ନିଜର ସର୍ବସ୍ବ ହରାଇଥିବା ଦେଶବାସୀଙ୍କୁ ଆଜି ମନେ ପକାଇବାର ଦିନ। ବିଭାଜନ ସମୟରେ ନିଜର ପ୍ରାଣବଳି ଦେଇଥିବା ସମସ୍ତଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ।
Related Stories
September 19, 2024
September 19, 2024