ନୂଆଦିଲ୍ଲୀ– ସ୍ୱାଧୀନତା ଦିବସ 2024 ଅବସରରେ ପୋଲିସ, ଅଗ୍ନିଶମ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ଓ ସୁଧାରାତ୍ମକ ସେବାର 1037 କର୍ମୀଙ୍କୁ ବୀରତା ଓ ସେବା ପଦକରେ ସମ୍ମାନିତ କରାଯାଇଛି । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଗୃହ ମନ୍ତ୍ରାଳୟ ବୟାନ ମୁତାବକ ବୀରତା ପାଇଁ ରାଷ୍ଟ୍ରପତି ପଦକ ଓ ବୀରତା ପଦକ କ୍ରମଶଃ ଜୀବନ ଏବଂ ସଂପତିକୁ ସୁରକ୍ଷା ଦେବା କିମ୍ବା ଅପରାଧକୁ ରୋକିବା କିମ୍ବା ଅପରାଧୀଙ୍କୁ ଗିରଫ କରିବାରେ ଦୁର୍ଲଭ ବିଶିଷ୍ଟ ବୀରତା କାର୍ଯ୍ୟ ଓ ବୀରତାର ବିଶିଷ୍ଟ କାର୍ଯ୍ୟ ଆଧାରରେ ପ୍ରଦାନ କରାଯାଇଥାଏ । ଗୃହ ମନ୍ତ୍ରାଳୟର ବୟାନ ମୁତାବକ ପ୍ରାୟ 213 ବୀରତା ପଦକରୁ 208 ବୀରତା ପଦକ ପୋଲିସକର୍ମୀଙ୍କୁ ପ୍ରଦାନ କରାଯାଇଛି ।