
ମାଲକାନଗିରି- ମାଲକାନଗିରି ସଦର ବ୍ଲକ ପଦ୍ମଗିରି ଏସଏସଡି ଉଚ୍ଚ ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ସପ୍ତମ ଶ୍ରେଣୀର ଛାତ୍ର ଶିବ ମାଡ଼କାମୀ ଗତ କିଛିଦିନ ତଳେ ଜ୍ବରରେ ପୀଡିତ ହେବାପରେ ଛାତ୍ରର ପରିବାର ଲୋକ ଖବର ପାଇ ତାକୁ ମେଡିକାଲ ନେଇଥିଲେ । ତେବେ ଗତକାଲି ମେଡିକାଲରେ ଉକ୍ତ ଛାତ୍ରର ମୃତ୍ୟୁ ହୋଇଛି । ଏହାପରେ ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ଛାତ୍ରଙ୍କ ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ର ର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପଦ୍ମଗିରି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।