ପୁରୀ– ଆଡ଼ପ ପହଣ୍ଡି ବେଳେ ଚାରମାଳରେ ବଡ ଠାକୁର ଶ୍ରୀ ବଳଭଦ୍ର ଆଗକୁ ଝୁଙ୍କି ପଡିବା ଘଟଣାର ୨୪ ଦିନ ପରେ ତଦନ୍ତ ଆରମ୍ଭ କରିଛି ତିନି ଜଣିଆ କମିଟି । ବଳଭଦ୍ରଙ୍କ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଂଟିଆ ସେବକ ଏବଂ ଜେଟିପିଙ୍କୁ ଏନେଇ ପଚରାଉଚରା କରାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।
ପ୍ରକାଶ ଥାଉକି, ରଥଯାତ୍ରା ସମୟରେ ଆଡ଼ପ ପହଣ୍ଡି ବେଳେ ଘଟିଥିଲା ଏହି ଅଘଟଣ । ଚାରମାଳରେ ଆଗକୁ ଝୁଙ୍କି ପଡିଥିଲେ ବଡ ଠାକୁର ଶ୍ରୀ ବଳଭଦ୍ର । ଫଳରେ ଜଣେ ଦଇତାପତିଙ୍କ ସମେତ ଏକାଧିକ ସେବାୟତ ଆହତ ହୋଇଛନ୍ତି ।