
ରେଢାଖୋଲ – କୁକୁର କାମୁଡାରେ 3 ଜଣ ଗୁରୁତର ଓ 5 ଜଣ ଆହତ। ଏଭଳି ଘଟଣା ଘଟିଛି ରେଢାଖୋଲ ଅଞ୍ଚଳର କଦଳୀଗଡ ଗ୍ରାମରେ।ସୁଚନାନୁସାରେ 3 ଜଣ ଛାତ୍ର ସ୍କୁଲକୁ ଯାଉଥିବା ସମୟରେ ପାଗଳା କୁକୁର କାମୁଡି ଦେବା ଫଳରେ ଛାତ୍ରମାନେ ଗୁରୁତର ହୋଇଛନ୍ତି। ଛାତ୍ରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ସେହିପରି 5ଜଣ ଚାଷ କାର୍ଯ୍ୟ ସାରି ଫେରୁଥିବା ସମୟରେ ବୁଲା ପାଗଳା କୁକୁର କାମୁଡି ଆହତ ହୋଇଥିବ ସୁଚନା ମିଳୁଛି।ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଥିବା ସୁଚନା ମିଳିଛି।।